ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ବିଳାସ ଲକୁଆକୁ ଏନକାଉଣ୍ଟର
ରାଉରକେଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ବିଳାସ ଲକୁଆକୁ ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ବିଶ୍ରା ଥାନା ଅଖୟଶିଳା ନାଲା ନିକଟରେ ପୋଲିସ ଗୁଳି କରିଛି । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅପରାଧୀ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ରାଉରକେଲା ସହିତ ଝାଡଖଣ୍ଡରେ ମଧ୍ୟ ମାମଲା ରହିଛି । ତେବେ ରାଉରକେଲାରେ ଅପରାଧ ଘଟାଇ ଝାଡଖଣ୍ଡ ଚାଲିଯାଉଛନ୍ତି ଅପରାଧୀ । ସୂଚନା ଯୋଗ୍ୟ ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଥିଲା । ବିଳମ୍ବିତ ରାତିରେ ବଡଗଡ ଥାନା ଅଞ୍ଚଳର ଏକ ଏଟିଏମ୍ ଲୁଟ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଦୀପକ । ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପ୍ରଥମେ ଦୀପକ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି ହୋଇଥିଲା ।
