ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା

ଜାମ୍ମୁ ଓ କାଶ୍ମୀରରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ

ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଧରଣର ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ଅନ୍ୟ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ  ଘେରାବନ୍ଦି   କରାଯାଇଛି ।  ଏହି ଅପରେସନ ଏବେ ବି ଜାରି ରହିଛି  ।  ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।ସୂଚନାଅନୁସାରେ ସନ୍ଧ୍ୟାରେ କୁଲଗାମ ଜିଲ୍ଲାର ରେଡୱାନି ପାଇନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଜାମ୍ମୁ ଓ କାଶ୍ମୀର ପୋଲିସ ଏବଂ ଭାରତୀୟ ସେନାର ମିଳିତ ଟିମ୍ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

One thought on “ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା

Comments are closed.