ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲେ ସୁରକ୍ଷାବାହିନୀ। ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି, ବୋଲି ସୂଚନା ମିଳିଛି। ପୁଞ୍ଚର ଦେଘଓ୍ଵାର ସେକ୍ଟରରେ ସର୍ଚ୍ଚ ଅପରେସନ ଚାଲିଛି, ଯେଉଁଠାରେ LoC ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହୋଇଥିଲା।ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସୈନ୍ୟମାନେ ସେମାନଙ୍କୁ ଅଟକାଇ ଗୁଳି କରି ନିହତ କରିଥିଲେ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି, ଅଞ୍ଚଳଟିକୁ ସୁରକ୍ଷିତ କରିବା ପାଇଁ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି।
