ଛତିଶଗଡ଼ର ସୁକୁମାରେ ହୋଇଛି ଏନକାଉଣ୍ଟର

ଛତିଶଗଡ଼ରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ଛତିଶଗଡ଼ର ସୁକୁମାରେ ହୋଇଛି ଏନକାଉଣ୍ଟର ।  ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।  ଆଜି ସକାଳଠାରୁ ସୁକମା ଜିଲ୍ଲାରେ ଏନକାଉଣ୍ଟର ଚାଲିଛି ।  ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମୃତଦେହ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।  ଜିଲ୍ଲାର କିଷ୍ଟାରାମ ଥାନା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଡିଆରଜି ଏବଂ କୋବ୍ରା ବାଟାଲିୟନର ଏକ ମିଳିତ ଦଳ ସନ୍ଧାନ ପାଇଁ ବାହାରିଥିଲେ ।