ଛତିଶଗଡର ବିଜାପୁରରେ ଏନକାଉଣ୍ଟର, ୬ ନକ୍ସଲ ନିହତ, ଦୁଇ ଯବାନ ସହିଦ
ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ଛତିଶଗଡର ବିଜାପୁରରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ୬ ନକ୍ସଲ ନିହତ, ଦୁଇ ଯବାନ ସହିଦ ହୋଇଛନ୍ତି । ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି ।ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏହି ଭୟଙ୍କର ଏନକାଉଣ୍ଟର ହେଉଛି । ଏନକାଉଣ୍ଟରରେ ଛଅ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ଦୁଇ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି ।ଦାନ୍ତେୱାଡା ଡିଆଇଜି କମଳଲୋଚନ କଶ୍ୟପ କହିଛନ୍ତି ଯେ, ଗତ ଦୁଇ ଘଣ୍ଟା ଧରି ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏପର୍ଯ୍ୟନ୍ତ ୬ଜଣ ମାଓବାଦୀ ନିହତ ହୋଇଛନ୍ତି, ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
