ଭୁବନେଶ୍ବରରେ ଏନକାଉଣ୍ଟର, ଜଣେ ଗୁରୁତର
ଭୁବନେଶ୍ବରରେ ଏନକାଉଣ୍ଟର। ଜଣେ ଲୁଟେରା ଆହତ। ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ ଆହତ ହୋଇଛନ୍ତି। ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ଗୁଳି ଚଳାଇଥିଲା ପୋଲିସ। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ଗୁରୁତରହେବାରୁତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଲୁଟପାଟ୍ ଚଳାଇଥିଲେ ଦୁର୍ବୃତ୍ତ। ଅର୍ଜୁନ ସହ ଡକାୟତି ଗ୍ୟାଙ୍ଗରେ ମୋଟ ୫ ଜଣ ଥିଲେ। ଏନକାଉଣ୍ଟର ବେଳେ ଖସିଗଲେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ, ପୋଲିସର ଛାନ୍ଭିନ୍ ଜାରି।
