ଭୁବନେଶ୍ୱରରେ ଏନକାଉଣ୍ଟର

ଭୁବନେଶ୍ୱରରେ ଏନକାଉଣ୍ଟର, ବିହାରୀ ଲୁଟେରା ଦୀପକ ଗୁରୁତର

ରାତି ଅଧରେ ଭୁବନେଶ୍ୱରରେ ଏନକାଉଣ୍ଟର । ରାଜଧାନୀରେ ନୂଆ ଡ଼ିସିପି ଯୋଗ ଦେଉ ଦେଉ ଏନକାଉଣ୍ଟର  । ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର । ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହେଲେ ଗୁରୁତର ଦୀପକ ।  ଦୀପକ ସମତେ ଆଉ ଦୁଇ ସହଯୋଗୀଙ୍କୁ ଧରିଲା ପୋଲିସ । ବିଭିନ୍ନ ଥାନାରେ ଦୀପକ ନାମରେ ରହିଛି ମାମଲା । ଏଟିଏମ ଲୁଟେରାକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବିଳମ୍ବିତ ରାତିରେ ଏଟିଏମରୁ ଲୁଟ କରୁଥିବା ସମୟରେ ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ଗୁଳି ଚଳାଇବା ସମୟରେ ପୋଲିସର ପାଲଟା ଆକ୍ରମଣରେ ଦୀପକର ଗୋଡ଼ରେ ବାଜିଥିଲା ଗୁଳି। ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ସ୍ପେଶାଲ ସ୍କ୍ୱାର୍ଡ । ଦୀପକ ନାରେ ରାଜଧାନୀରେ ବିଭିନ୍ନ ଥାନାରେ ରହିଛି ମାଳ ମାଳ ମାମଲା । ଏଟିଏମ ମେସିନ ଭିତରେ ଚତୁରତାର ସହ ଅଠା ଲଗାଇ ଦେଉଥିଲ ଏହି ଲୁଟେରା । ଗ୍ରାହକ ଟଙ୍କା ଉଠେଇବା ସମୟରେ ଟଙ୍କା ଏଟିଏମରେ ଲାଗିଥିବା ଅଠାରେ ଲାଗି ଯାଉଥିଲା ଟଙ୍କା । ଲୋକ ମାନେ ଟଙ୍କା ବାହାରୁନି ଭାବି ଏଟିଏମ ଛାଡି ପଳାଇଲା ବେଳେ ଏହି ଲୁଟେରା ମାନେ ଯାଇ ଟଙ୍କା ବାହାର କରି ନେଉଥିଲେ। ଏହି ଗ୍ୟାଙ୍ଗରେ ଆହୁରି ୨ଜଣ ଥିବା ବେଳେ ସେମାନେ ଫେରାର ହୋଇଯାଇଛନ୍ତି । ଲୁଟେରା ଗ୍ୟାଙ୍ଗ ରାଞ୍ଚି ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ ।