‘ଦୁଇମାସ ଭିତରେ ଜାଗା ଖାଲି କର’ !

ଉଠା ଦୋକାନୀଙ୍କୁ ନୋଟିସ ଦେଲା ଯାଜପୁର ରୋଡ ରେଳବାଇ

ଏବେ ରେଳବାଇ ଜାଗାରୁ ହଟିବ ବେଆଇନ ଜବରଦଖଲ। ରହିବନି କୌଣସି ଉଠା ଦୋକାନ , ହୋଟେଲ କିମ୍ବା ମଲ। ଏନେଇ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ତେବେ ଏଭଳି ନିୟମ ସହ ନୋଟିସ ଦେଇଛି ଯାଜପୁର କେନ୍ଦୁଝର ରୋଡ ରେଳବାଇ। ରେଳବାଇ ଜାଗାର ଦୁରୁପଯୋଗ କରି ଅନାଧିକାର ଭାବେ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କୁ ଆଜି ନୋଟିସ ପ୍ରଦାନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ନୋଟିସରେ ଅତି ସ୍ପାତ ଭାବେ ଲେଖା ଅଛି କି ଦୁଇ ମାସ ମଧ୍ୟରେ ଜାଗା ଖାଲି କର ।

୨ ମାସ ମଧ୍ୟରେ ରେଳବାଇ ଜାଗାକୁ ଜବଦଖଲ ମୁକ୍ତ ନକଲେ ରେଳବାଇ ପକ୍ଷରୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯିବ ବୋଲି ରେଳବାଇ ପକ୍ଷରୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ ଦୀର୍ଘଦିନ ଧରି କିଛି ଦୋକାନୀ ଏହାକୁ ଜବର ଅଖଳ କରିବା ସହ ନିଜ ବ୍ୟବସାୟିକ ଅନୁଷ୍ଠାନ କରିଛନ୍ତି । ତେବେ ବର୍ତ୍ତମାନ ଯାହାକୁ ଉଚ୍ଛେଦ କରିବା ଲାଗି ନିସ୍ପତି ନେଇଛି ରେଳବାଇ । ତେବ ସମୁଦାୟ ୨୫ ଜଣ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିବା ଦେଖିବାକୁ ମିଳିଛି ।