ଖୁବ୍ ଶୀଘ୍ର ରିଲିଜ୍ ହେବ ‘Emergency’
କଙ୍ଗନା ରଣାୱତଙ୍କ ଫିଲ୍ମ ‘Emergency’କୁ ସେନ୍ସର ବୋର୍ଡରୁ ପକ୍ଷରୁ ମିଳିଲା ଗ୍ରିନ୍ ସିଗନାଲ । ବିରାଟ ବିବାଦ ମଧ୍ୟରେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ ଦେଇଛି। ବର୍ତ୍ତମାନ ‘Emergency’ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ହେଲେ ନିର୍ମାତାମାନଙ୍କୁ ପ୍ରଥମେ ଫିଲ୍ମରେ ସିବିଏଫସି ନିର୍ଦ୍ଦେଶ ଅନୁସାରେ ଫିଲ୍ମରେ କିଛି ପରବର୍ତ୍ତନ କରିବା ପାଇଁ ପଡିବ । ଦ ସଣ୍ତେ ଏକ୍ସପ୍ରେସ ଅନୁସାରେ, ‘Emergency’କୁ ସେନ୍ସର ବୋର୍ଡ ତିନୋଟି କଟ୍ ଦେବା ପାଇଁ କହିଛି । ନିର୍ମାତାମାନେ ଜୁଲାଇ 8 ରେ ସାର୍ଟିଫିକେଟ୍ ପାଇଁ ଫିଲ୍ମଟି ସେନ୍ସର ବୋର୍ଡରେ ଦାଖଲ କରିଥିଲେ। ଏକ ମାସ ପରେ, ଶିରୋମଣି ଅକାଳୀ ଦଳ ଏବଂ ଅନେକ ଶିଖ ସଂଗଠନ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଏଭଳି ପରିସ୍ଥିତିରେ ସିବିଏଫସି ଏକ ଚିଠି ମାଧ୍ୟମରେ ଫିଲ୍ମର ପ୍ରଡକ୍ସନ୍ ହାଉସରେ 10 ଟି କଟ୍ ଏବଂ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଯାଇଛି । ‘Emergency’ ପ୍ରଡକ୍ସନ ହାଉସ୍ ସିବିଏଫସି ଦ୍ୱାରା ପ୍ରସ୍ତାବିତ 10 ଟି ପ୍ରସ୍ତାବ ମଧ୍ୟରୁ 9 ଟିରେ ରାଜି ହୋଇଥିଲା। ଫିଲ୍ମର ଏକ ଦୃଶ୍ୟରେ କିଛି ଭିଜୁଆଲ୍ ଅପସାରଣ କିମ୍ବା ପରିବର୍ତ୍ତନ କରିବାକୁ ସେନ୍ସର ବୋର୍ଡ ମଧ୍ୟ ପରାମର୍ଶ ଦେଇଛି । ଏହି ଦୃଶ୍ୟରେ ପାକିସ୍ତାନୀ ଯବାନମାନେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା ।