୪୮ ଘଣ୍ଟା ଯାଏଁ ଲାହୋର ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ

ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସୀ

ଏହି ଆଟାକ୍ ପରେ ଲାହୋର ଏୟାରପୋର୍ଟରେ ଜାରି ହୋଇଛି ଏମର୍ଜେନ୍ସୀ। ଆସନ୍ତା ୪୮ ଘଣ୍ଟା ଯାଏଁ ଲାହୋର ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରି ଦିଆଯାଇଛି। ପହଲଗାମ ହମଲାର ଦୁଇ ସପ୍ତାହ ପରେ ପ୍ରତିଶୋଧ ନେଇଛି ଭାରତ । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା। ପାକିସ୍ତାନର ମୁଜାଫରାବାଦ, କୋଟଲି ଓ ବହାବଲପୁର ଭଳି ସ୍ଥାନକୁ ଟାର୍ଗେଟ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଭାରତର ଆଟାକ୍ ନେଇ ସ୍ପଷ୍ଟ କରିଛି ପିଓକେରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଛି । ମଧ୍ୟରାତ୍ରି ପରେ ମୁଜାଫରାବାଦ ସହରକୁ ଘେରି ରହିଥିବା ପର୍ବତ ନିକଟରେ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଶୁଣିବାକୁ ମିଳିଥିଲା ଜୋରଦାର ବିସ୍ଫୋରଣ । ବିସ୍ଫୋରଣ ପରେ ସହରରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯାଇଥିଲା । ଏଥିପାଇଁ ମଧ୍ୟରାତ୍ରିରେ ପାକିସ୍ତାନ ରାସ୍ତାରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିଛି ।