ରାଜଧାନୀରେ ବୁଲୁଛି ହାତୀ, ଭୟରେ ଲୋକେ !

ଏବେ ଧୀରେଧୀରେ ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏବେ କିନ୍ତୁ ଖୋଦ ରାଜଧାନୀ ଭୁବନେଶ୍ବର ଭିତରକୁ ପଶି ଆସିଛି ଜଙ୍ଗଲୀ ହାତୀ । ଏଭଳି ଘଟଣା ଦେଖିବା ପରେ ଲୋକମାନଙ୍କ ମନରେ ଖେଳିଯାଇଛି ଭୟର ବାତାବରଣ । ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରେ ଥିବା କଲୋନୀରେ ଏହି ହାତୀ ବୁଲୁଛି । ଯାହାର ଚିତ୍ର କଲୋନୀର ଏକ ଘର ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଖାଲି ସେତିକି ନୁହେଁ , କଲୋନୀରେ ହାତୀ ଉପଦ୍ରବ ମଧ୍ୟ ଦେଖିବାକୁ ମିଳିଛି । ଏହି ଜଙ୍ଗଲି ହାତୀ ପଶି କଲୋନୀର ୨ଟି ପାଚେରୀ ଭାଙ୍ଗି ଦେଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । କଲୋନୀରେ ହାତୀ ବୁଲୁଥିବାରୁ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ହାତୀ ଆସିଥିବା ସ୍ଥାନୀୟ ଲୋକ କହିଥିବା ବେଳେ ବନବିଭାଗ ଶୀଘ୍ର ଏହାର ସମାଧାନ ପୂର୍ବକ ହାତୀ କିପରି ଜଙ୍ଗଲକୁ ଫେରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅବି କରିଛନ୍ତି ।