ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର

ଉପଭୋକ୍ତାଙ୍କୁ ଆଶ୍ବସ୍ତି : ବଢିବ ନାହିଁ ବିଦ୍ୟୁତ୍ ଦର

ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏଥିସହ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ଆଉ ଦେବାକୁ ପଡିବନି ମିଟର ଭଡ଼ା । ୨ କିଲୋ ୱାଟ୍ ଯାଏ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ହୋଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନି । ସାମ୍ବାଦିକ ସମ୍ମିଳନୀରେ ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ବଡ଼ ଘୋଷଣା କରିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବା OERC । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ଛାଡ଼ ହୋଇଥିବା ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨ କିଲୋୱାଟ୍ ଟପିଲେ ମିଟର ରେଣ୍ଟ ଚାର୍ଜ ଦେବାକୁ ପଡ଼ିବ । OERC ଘୋଷଣା କରିଛି ଯେ, ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିବ । ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ ଚାର୍ଜ ଦେବାକୁ ପଡିବନି । ଏଥିସହ ବିଦ୍ୟୁତ ଟାରିଫ୍ ଅପରିବର୍ତ୍ତିତ ରଖିଛି । ୨୦୨୧-୨୨ ପରଠାରୁ ବିଦ୍ୟୁତ ଟାରିଫ୍ ବୃଦ୍ଧି କରାଯାଇନି । ଭୁବନେଶ୍ୱରରେ ପ୍ରେସମିଟରେ ଆୟୋଗ ପକ୍ଷରୁ କୁହାଯାଇଛି, 2025-26 ଆର୍ଥିକ ବର୍ଷ ପାଇଁ ବିଜୁଳି ଦରକୁ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ୍ ପୂର୍ବରୁ ଯେମିତି ପ୍ରଥମ 50 ୟୁନିଟ୍କୁ 2ଟଙ୍କା 90 ପଇସା, 51ରୁ 200 ୟୁନିଟ୍ ବ୍ୟବହାର ଯାଏଁ ୟୁନିଟ୍ ପିଛା 4 ଟଙ୍କା 70, 201ରୁ 400 ୟୁନିଟ୍ ଯାଏଁ 5 ଟଙ୍କା 70 ଏବଂ ତା ପରଠୁ ଅଧିକ ବିଜୁଳି ବ୍ୟବହାର ପାଇଁ ୟୁନିଟ୍ 6 ଟଙ୍କା 10 ପଇସା ଦେବାକୁ ପଡ଼ିଥିଲା, ଏବର୍ଷ ପାଇଁ ସେୟା ହିଁ ରହିବ ।