ନିର୍ବାଚନ ପାଇଁ ମିଳିଲାଣି ଆଭାସ

ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଚିଠି

ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଚିଠି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ କରିବାକୁ ଲେଖାଯାଇଛି ଚିଠି । ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମରେ ବି ହେବ ବିଧାନସଭା ନିର୍ବାଚନ । ୧୬ ଜୁନରେ ସରିବ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳ । ୨୪ ଜୁନରେ ସରିବ ଓଡ଼ିଶା ବିଧାନସଭା କାର୍ଯ୍ୟକାଳ । ଏହା ପୂର୍ବରୁ ସରିବ ନିର୍ବାଚନର ସମସ୍ତ ପ୍ରକ୍ରିୟା । ନିଜ ଜିଲ୍ଲାରେ କେହି ରହିପାରିବେନି ଜିଲ୍ଲାପାଳ । ୩ ବର୍ଷରୁ ଅଧିକ ରହିଥିଲେ ହେବ ବଦଳି ।

ନିର୍ବାଚନ ପାଇଁ ମିଳିଲାଣି ଆଭାସ । ସମସ୍ତ ରାଜନୈତିକ ଦଳ ରଣନୀତି ଆରମ୍ଭ କରିସାରିଲେଣି । ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପ୍ରସ୍ତୁତ ଅଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା, ଏକଛତ୍ରବାଦ ଶାସନ, ବିପର୍ଯ୍ୟସ୍ତ ଆଇନଶଙ୍ଖଳା, ଦରଦାମ ବୃଦ୍ଧି, ଚାଷୀ ସମସ୍ୟାକୁ ମୂଳ ପ୍ରସଙ୍ଗ କରି ନିର୍ବାଚନ ଲଢିବୁ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ବିଜେପି କହିଛି ଯେ ରାଜ୍ୟରେ ପରିବର୍ତ୍ତନର ନାରା ବହିଛି । ଏଠାରେ ବିଜେପି ସରକାର ଗଢିବ । ଲୋକେ ବୁଝିଗଲେଣି ବିଜେଡି ସମୟରେ ଅବନତି ହୋଇଛି କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାଏକ । ନିର୍ବାଚନ ପାଇଁ ଓଡ଼ିଶା ସରକାର ଆଲର୍ଟରେ ଅଛନ୍ତି । ବିରୋଧୀ ଏବେ ପ୍ରସ୍ତୁତି ହେଉଛନ୍ତି । ଆମ ଦଳ ପାଇଁ ପ୍ରସ୍ତୁତିର ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ବିଭିନ୍ନ ଯେ୍ଧକ୍ସନା ଓ କାର୍ଯ୍ୟକ୍ରମକୁ ନେଇ ନିର୍ବାଚନ ଲଢିବ । ଆମ ପାଇଁ କିଛି ଫରକ ପଡ଼ିବ ନାହିଁ କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ପ୍ରଶାନ୍ତ ମୁଦୁଲି ।