ଜମୁଛି ପ୍ରଚାର ମଇଦାନ

ବର୍ଷାରେ ଭିଜିଲେ ଅପରାଜିତା, ହସ୍ପିଟାଲ ବୁଲିଲେ ମନ୍ମଥ

ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୟାରି ଭିତରେ ଜମୁଛି ପ୍ରଚାର ମଇଦାନ । ନିଜ ନିଜ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଭୋଟ ହାତେଇବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି । ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ଜୋରଦାର ହେଉଛି ନେତାଙ୍କ ପ୍ରଚାର । ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି ନେତା । ଜନସମ୍ପର୍କ ବଢ଼ାଇବା ପାଇଁ ଲୋକଙ୍କ ନିକଟକୁ ଯାଇ କଥାବାର୍ତ୍ତା ହେବା ସହ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଭୁବନେଶ୍ୱରେ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ଅପରାଜିତା ଷଡଙ୍ଗୀ ଓ ମନ୍ମଥ ରାଉତରାୟ । ପ୍ରବଳ ବର୍ଷା ସତ୍ତ୍ୱେ ଜଟଣୀରେ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନାଙ୍କୁ ସାଥିରେ ନେଇ ପ୍ରଚାର କରିଛନ୍ତି ଅପରାଜିତା । ଜଟଣୀ ବ୍ଲକ ଛକଠାରୁ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିବାବେଳେ ହୋଇଥିଲା ବର୍ଷା । ଆଉ ଏହାକୁ ଖାତିର ନକରି ପ୍ରଚାର କରିଥିଲେ ଅପରାଜିତା । ସେହିଭଳି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ବି କ୍ୟାପିଟାଲ ହସପିଟାଲରେ ପଂହଚି ରୋଗୀ ଓ ସମ୍ପର୍କୀୟଙ୍କ ସହ ଭେଟି ଆଲୋଚନା କରିଛନ୍ତି ।