କାହିଁକି ବଦଳିଲା ସ୍କୁଲ ୟୁନିଫର୍ମ, ଉତ୍ତର ରଖିଲେ ମନ୍ତ୍ରୀ

‘ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ’

କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କହିଛନ୍ତି, ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ। ସ୍କୁଲ ଘର ସହ ୟୁନିଫର୍ମ ରଙ୍ଗ ବଦଳାଉଥିଲେ। ମାତ୍ର ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି।

ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା, ଏଣୁ ରଙ୍ଗ ପରିବର୍ତ୍ତନ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। । ତା’ସହ ଆହୁରି କହିଛନ୍ତି ଯେ, ଆଗାମୀ ଦିନ ମାନଙ୍କରେ ଗୋଟିଏ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ୟବସ୍ଥା ଆଉ ରହିବ ନାହିଁ। ଆସନ୍ତା ୫ ତାରିଖ ଦିନ ୧୬ ହଜାର ୧୦ ଜଣ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ। ସେହିପରି ଡ୍ରପ୍ ଆଉଟ୍ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ। ତେବେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *