୭ ରାଜ୍ୟର ୨୬ଟି ସ୍ଥାନରେ ଚଢାଉ
ନିଶା କାରବାର ଲିଙ୍କରେ ଇଡି ରେଡ୍ । ଆନ୍ତର୍ଜାତୀୟ କାରବାରରେ ଓଡ଼ିଶା ଲିଙ୍କ୍। ୭ ରାଜ୍ୟର ୨୬ଟି ସ୍ଥାନରେ ଚଢାଉ। ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ବିପୁଳ ନିଶାଦ୍ରବ୍ୟ ।ଗତ ସପ୍ତାହ ୧୬ ତାରିଖରେ ହୋଇଥିଲା ଚଢ଼ାଉ । ଓଡ଼ିଶାର କଟକ ଓ ଫୁଲବାଣୀରେ ହୋଇଥିଲା ଚଢ଼ାଉ । ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଂଘାତିକ ତଥ୍ୟ । ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଚାଲିଛି ପ୍ରୟାସ । ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର । ନିକଟରେ ବିମାନବନ୍ଦରରୁ ବହୁ ପରିମାଣର ମାରିଯୁଆନା ଜବତ ହୋଇଥଲା । ଏକ ବଡ ରାକେଟ ଚାଲିଛି ନିଶା ସିଣ୍ଡିକେଟର।
