ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍

କୋଲକାତା ସହ ରାଜ୍ୟର ୧୨ଟି ସ୍ଥାନରେ ରେଡ୍

ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍ । ଭୁବନେଶ୍ୱର, ବଡ଼ବିଲ୍, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢ଼ାଉ ହୋଇଛି । ସେହିପରି କୋଲକାତାରେ ବି ଯାଞ୍ଚକୁ ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚଢ଼ଉ ହୋଇଥିବା ଦୁଇ ସଂସ୍ଥା ହେଲେ ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, ସ୍ନେହାପୁଷ୍ପ ମାର୍କେଟିଂ ଲିମିଟେଡ୍ । କିଛି ଚାଟାର୍ଡ ଆକାଟାଣ୍ଟ୍ ଘରେ ବି ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଏହି ରେଡ୍ ରେ ନଗଦ ୩୦ ଲକ୍ଷ ଟଙ୍କା, ୨ କେଜି ସୁନା ଓ ଦାମୀ କାର୍ ଜବତ ହୋଇଛି । ଜବତ ସୁନାର ପରିମାଣ ୧ କୋଟି ୨୪ ଲକ୍ଷ ଟଙ୍କା ହେବ । ୧ କୋଟି ୨୩ ଲକ୍ଷ ଟଙ୍କା ଥିବା ୬ଟି ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି ଇଡି । ପୂର୍ବରୁ ଉଲିବୁରୁ ଖଣି ଦୁର୍ନୀତି ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା । ଯେଉଁଥିରେ ଜବତ ହୋଇଥିଲା ପୂର୍ବରୁ ୩୭୯ କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି । ଅନ୍ୟପଟେ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ । ଗାଡ଼ି ମାଲିକଙ୍କ ସହ ଚିଟ୍ ଫଣ୍ଡ ଠକଙ୍କ ଲିଙ୍କ ନେଇ ଖୋଳତାଡ ଜାରି ରହିଛି ।