ଅର୍ଥନୈତିକ ବିଜ୍ଞାନ ୨୦୨୫ ନୋବେଲ ପୁରସ୍କାର ଘୋଷଣା

ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନ ନୋବେଲ

ନବସୃଜନ କିପରି ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନିଏ । ଏହାର ବାଖ୍ୟା ପାଇଁ ୩ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ଚଳିତ ବର୍ଷର ଅର୍ଥନୈତିକ ବିଜ୍ଞାନ ୨୦୨୫ ନୋବେଲ ପୁରସ୍କାର । ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନ ନୋବେଲ । ସେଥିରୁ ୨ ଜଣ ଆମେରିକୀୟ ଓ ଜଣେ ବ୍ରିଟିଶ ନାଗରିକ । ମେଟାଲ ଅର୍ଗାନିକ ଫ୍ରେମୱର୍କ ବିକଶିତ କରିଥିବାରୁ ମିଳିବ ନୋବେଲ ପୁରସ୍କାର ।ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ ବିନାଶ” ତତ୍ତ୍ୱ ପାଇଁ ପୁରସ୍କୃତ ହେବେ । ଯେଉଁଥିରେ ଅର୍ଥନୀତିର ପୁରୁଣା ପ୍ରକ୍ରିୟାଗୁଡ଼ିକୁ ହଟାଯାଇ, କିପରି ନୂଆ ଚିନ୍ତାଧାରା ସହିତ ନିରନ୍ତର ଅଭିବୃଦ୍ଧି ହାସଲ କରି ହେବ ତାହାକୁ ବାଖ୍ୟା କରିଛନ୍ତି ଆଘିନା ଓ ହୋୱିଟ । ଏହି ତିନି ବିଜ୍ଞାନୀ, ଦର୍ଶାଇଛନ୍ତି ଯେ ସମାଜରେ ଆର୍ଥିକ ବିକାଶ ଏବଂ ପ୍ରଗତି ପାଇଁ ନବସୃଜନ କାହିଁକି ଗୁରୁତ୍ୱପୂର୍ଣ୍ଣ ।