ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିସନ ।  ସ୍ୱାସ୍ଥ୍ୟକୁ ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବାରୁ ଇସିଆଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଆଇପିଏସ ଆଶିଷ ସିଂଙ୍କ ମେଡିକାଲ ଯାଂଚ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏମସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ ଆଶିଷ ସିଂ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି ।

ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଂଚ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି । ସେପଟେ ବରିଷ୍ଠ ଆଇପିଏସ ଡିଏସ କୁଟେଙ୍କ ନିଲମ୍ବନକୁ ହଟାଯାଇଛି । ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।