ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାର ୨ ଏସପି, ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶ

ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାର ୨ ଏସପି, ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କ ମଧ୍ୟ ବଦଳି ନିର୍ଦ୍ଦେଶ ରହିଛି । ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ, ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପି ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ଆଦେଶ ଜାରି କରିଛି ନିର୍ବାଚନ ଆୟୋଗ। ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି । ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ । ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।