ଇସି ତାଲିକାରୁ ୩୩୪ ଦଳ ବାଦ୍‌

ଓଡ଼ିଶାର ବାଦ୍ ପଡିଛି ୫ଟି ଦଳ

ଇସି ତାଲିକାରୁ ୩୩୪ ଦଳ ବାଦ୍‌। ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି। ୨୦୧୯ ପରଠାରୁ ଏହି ଦଳଗୁଡିକ କୌଣସି ନିର୍ବାଚନ ଲଢି ନାହାନ୍ତି। ଏପରିକି ଏହି ଦଳଗୁଡିକର ସ୍ଥାୟୀ କାର୍ଯ୍ୟାଳୟ ନଥିବା ଜଣାପଡିଛି। ଏହି ଦଳଗୁଡିକ ଇସି ତାଲିକାଭୁକ୍ତ ହୋଇଥିଲେ ସୁଦ୍ଧା ଇସିଙ୍କ ଦ୍ବାରା ପ୍ରଚଳିତ କୌଣସି ନିୟମ ପାଳନ କରୁନଥିବା କୁହାଯାଇଛି।ଦେଶରେ ୨୮୫୪ଟି ଅଣ ସ୍ବୀକୃତିପ୍ରାପ୍ତ ଦଳ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୫୨୦କୁ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ୬ଟି ଜାତୀୟ ଓ ୬୭ଟି ଆଞ୍ଚଳିକ ରାଜନୈତିକ ଦଳ ସକ୍ରିୟ ରହିଛନ୍ତି। ଓଡ଼ିଶାର ବାଦ୍ ପଡିଛି ୫ଟି ଦଳ। ବୀର ଓଡ଼ିଆ ପାର୍ଟି, ଓଡ଼ିଶା ସୋସିଆଲିଷ୍ଟ ପାର୍ଟି, ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ, ସୋସିଆଲିଷ୍ଟ ୱାର୍କର୍ସ ପାର୍ଟି ଓଡ଼ିଶା, ଉତ୍କଳ ଭାରତ ଓଡ଼ିଶା ଦଳକୁ ବାଦ୍ ଦିଆଯାଇଛି।