ମିଆଁମାର, ଆଫଗାନିସ୍ତାନ ଓ ତିବ୍ଦତରେ ଭୂକମ୍ପର ଝଟକା
ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଉତ୍ତରାଖଣ୍ଡ, ମିଆଁମାର, ତିବ୍ଦତ୍ତ ଏବଂ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଫଳରେ ଲୋକମାନେ ଭୟରେ ଘରୁ ବାହାରି ଦୌଡିଛନ୍ତି । ଭାରତ ସମତେ ଅନେକ ଥର ବିଭିନ୍ନ ଦେଶରେ ଭୂକମ୍ପ ଥରାଇ ଦେଇଛି । ଉତ୍ତରାଖଣ୍ଡ ଚମୋଲିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୩ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ଏହା ବ୍ୟତୀତ ମିଆଁମାର, ତିଦ୍ଦତ୍ ଏବଂ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନରେ ୪.୨ ଭୂକମ୍ପର ତୀବ୍ରତା ଥିଲା । ଯାହାର କେନ୍ଦ୍ରସ୍ଥଳ ୧୯୦ କିଲୋମିଟର ଗଭୀରତାରେ ଥିଲା । ଏହା ସହିତ ତିବ୍ଦତ୍ତରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୬ ରହିଥିଲା ।ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ମିଆଁମାରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୭ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦୫ କିଲୋମିଟର ଗଭୀରତାରେ ରହିଥିଲା ।
