ଭୂମିକମ୍ପରେ ଥରିଲା ନେପାଳ ଏବଂ ଉତ୍ତରାଖଣ୍ଡ
ଭୂମିକମ୍ପରେ ଥରିଲା ନେପାଳ । ଏହି ଭୂକମ୍ପର ଝଟକା ଆଜି ସକାଳେ ଅନୁଭୂତ ହୋଇଛି । NCSର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି। ତେବେ ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ ସକାଳ ୩ ଟା ୫୮ ମିନିଟ୍ ଅନୁଭୂତ ହୋଇଥିବା ସୂଚନା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା ସାମ୍ନାକୁ ଆସି ନାହିଁ । ଏହି ଭୂକମ୍ପର ଝଟକା ନେପାଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଛି। ଏଠାରେ ସକାଳ ୪ଟାରେ ଅନୁଭୂତ ହେବା ସହ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି। ପାଖାପାଖି ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟଭୀତ ହୋଇ ଥଣ୍ଡାରେ ଘରୁ ବାହରକୁ ପଳାଇ ଆସିଥିଲେ।