ଖୁବଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ !
ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇପାରେ । କେବେ ଠାରୁ ସକାଳୁଆ ସ୍କୁଲ କରାଯିବ ସେଥିପାଇଁ ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା କରାଯିବ । ଏହାପରେ ଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଗକୁ ସ୍ଥିତି କ’ଣ ହେବ ତା ଉପରେ ନଜର ରହିଛି। ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଘୋଷଣା କରାଯିବ। ଏମିତିରେ ପ୍ରତିବର୍ଷ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ନେଇ ନିଷ୍ପତ୍ତି ନେଇଥାନ୍ତି। ହେଲେ ସେସବୁ ଏପ୍ରିଲ-ମେଁ ମାସ ବେଳକୁ ହୋଇଥାଏ । ଅନ୍ୟପଟେ ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଲାଣି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା ।