ଦୂତୀଙ୍କ ଗୋଡ଼ରେ ପଡିଲା ବେଡ଼ି, ଖେଳି ପାରିବେନି ୪ବର୍ଷ !

ଡୋପ ଟେଷ୍ଟରେ ଫେଲ ହେଲେ ଦୂତୀ

ଆଉ ଦଉଡି ପାରିବେନି ଧାବିକା ଦୂତୀ ଚାନ୍ଦ । ଡୋପ ଟେଷ୍ଟରେ ଫେଲ ହେଇଛନ୍ତି ଦୂତୀ । ଯାହା ଫଳରେ ଦ୍ରୁତତମ ଧାବିକାଙ୍କ ଗୋଡରେ ବେଡି ପକାଇଲା ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ। ଫଳରେ ଏବେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି ଦୂତି ଚାନ୍ଦ। ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନ ଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି କହିଛି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ  ।

ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ  । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି  । ଏମିତିକି ଆଗାମୀ ୪ବର୍ଷଯାଏଁ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେନି ଦୂତି ଚାନ୍ଦ। ତେବେ ଏହା ପରେ ଦୂତୀ କଣ କାର୍ଯ୍ୟପନ୍ଥା ଅବଲମ୍ବନ କରୁଛନ୍ତି ନା ନିଷ୍ପତ୍ତିକୁ ମାନି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।