ପାନ ଦୋକାନରେ ଗଞ୍ଜେଇ କାରବାର
ନିଶା କାରବାର ରୋକିବାକୁ କମିଶନରେଟ ପୋଲିସର ବଡ଼ ଧରଣର ରେଡ । ଭୁବନେଶ୍ବରରେ ନିଶା କାରବାର ବେଳେ ମାଡ଼ି ବସିଲା ପୋଲିସ । ଜୟଦେବ ବିହାର ଛକରେ ଥିବା ପାନ ଦୋକାନରେ ରେଡ କରାଯାଇଛି । ଏଠାରେ ନିଶା କାରବାର ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଅଟକ ଅଛନ୍ତି । ସନ୍ଧାନୀ କୁକୁର ସହ ସ୍ପେଶାଲ କ୍ରାଇମ ୟୁନିଟ ଚଢ଼ାଉ କରିଛି । ଏପରିକି କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଷ୍ଟଲ, ପାନ ଦୋକାନରେ ଚଢ଼ାଉ ହୋଇଛି । ଏବେ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ରେଡ ଚାଲିଛି ।