୭ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଆଲୋଚନାରେ ସମାଧାନ ହେବ ଡ୍ରାଇଭର ସଂଘ ସମସ୍ୟା : ପରିବହନ ମନ୍ତ୍ରୀ

ଆଲୋଚନାରେ ସମାଧାନ ହେବ ଡ୍ରାଇଭର ସଂଘ ସମସ୍ୟା । ଡ୍ରାଇଭର ମହାସଂଘର କିଛି ଦାବି ରହିଛି। ଆଜି ସେମାନଙ୍କ ସହ ବୈଠକ କରିବେ ସରକାର । ଦାବି ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଡ୍ରାଇଭର ମହାସଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା । ସେମାନଙ୍କ ନାର୍ଯ୍ୟ ଦାବି ରହିଛି। ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ୭ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ । ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ପରେ ଭତ୍ତା ପ୍ରଦାନ, ପ୍ରତ୍ୟେକ ୧୦୦ କିମି ଅନ୍ତରରେ ବିଶ୍ରାମାଗାର ଖୋଲିବା, ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା ଆଦି ଦାବି ରଖିଛି ଡ୍ରାଇଭର ମହାସଂଘ । ଆନ୍ଦୋଳନ ଯୋଗୁଁ ପରିବହନ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।