ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଆନ୍ଦୋଳନ

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଆଜିଠୁ ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ । ଦେଶବ୍ୟାପି ଡ୍ରାଇଭର ମାନଙ୍କ ଆନେ୍ଦାଳନ ଦେଖିବାକୁ ମିଳିଛି । ଦିଲ୍ଲୀ ଜନ୍ତରମନ୍ତରରେ ଆଲୋଚନା ପରେ ଆନେ୍ଦାଳନ ନିଷ୍ପତ୍ତି ନେଇ ଡ୍ରାଇଭର ମହାସଂଘ । ଷ୍ଟିଅରିଂ ଛାଡି ଘରେ ରହିବା ପାଇଁ ଡ୍ରାଇଭରଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଛି । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ । ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚି ପାରୁନଥିବାରୁ ଅସୁବିଧାରେ ପଡିଛନ୍ତି ଗ୍ରାହକ, ବ୍ୟବସାୟୀ । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଓଡ଼ିଶାର ଡ୍ରାଇଭର ।