ଡ୍ରିମଲାଇନର ମିଳିଲା ଭିଡିଓ ରେକର୍ଡର

DVRରୁ ମିଳିବ MAYDAY କଲ୍ ର ବିଶେଷ ତଥ୍ୟ

ମିଳିଲା ଡ୍ରିମଲାଇନର ଭିଡିଓ ରେକର୍ଡର ।  ଦୁର୍ଘଟଣାଗ୍ରସ୍ତ ବିମାନରୁ ମିଳିଛି ଡିଜିଟାଲ ଭିଡିଓ ରେକର୍ଡର ।  ବିମାନର ଭଗ୍ନାଂବଶେଷରୁ DVR ଉଦ୍ଧାର କରିଛି ଗୁଜରାଟ ATS ।  ସେପଟେ ବ୍ଲାକବକ୍ସ ଖୋଲିବ କ୍ରାସର ସତ।  ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ତ୍ରୁଟି। ନା ଆଉ କିଛି କାରଣ ରହିଛି । ବ୍ଲାକ ବକ୍ସ ମିଳିବା ପରେ ସବୁ ଜଣା ପଡିବ ।  କାରଣ ବ୍ଲାକବକ୍ସରେ ସବୁ ତଥ୍ୟ ରେକର୍ଡ ହୋଇ ରହିଥାଏ ।  ବିମାନରେ ଦୁଇଟି କମଳା ରଙ୍ଗର ବ୍ଲାକବକ୍ସ ଥାଏ । 

ସୂଚନା ମୁତାବକ ବିମାନର ଦୁଇଟି ବ୍ଲାକ ବକ୍ସରୁ ଗୋଟିଏ ମିଳିଛି।  ଆଉ ଗୋଟିଏର ସନ୍ଧାନ ଚାଲିଛି । ଗୋଟିଏ ବ୍ଲାକ ବକ୍ସ କକପିଟ୍ ଭଏସ ରେକର୍ଡର ଏବଂ ଅନ୍ୟଟି ଫ୍ଲାଇଟ ଡାଟା ରେକର୍ଡର FDR ।  ଫ୍ଲାଇଟ ଡାଟା ରେକର୍ଡରରେ ଗୁରୁତ୍ବପୂର୍ଣ୍ଣ ବୈଷୟିକ ତଥ୍ୟ ଅଲଟିଚ୍ୟୁଡ୍, ସ୍ପିଡ୍, ଇଞ୍ଜିନ ଥ୍ରଷ୍ଟ ଏବଂ ଫ୍ଲାଇଟ୍ ପାଥ ଆଦି ରେକର୍ଡ ହୁଏ ।  କକପିଟ ଭଏସ ରେକର୍ଡରରେ କକପିଟରେ ପାଇଲଟଙ୍କ କଥାବାର୍ତ୍ତା, ରେଡିଓ ଟ୍ରାନମିସନ, ସତର୍କ ଆଲରାମ ଆଦି ଶବ୍ଦ ରେକର୍ଡ ହୁଏ ।  ବର୍ତ୍ତମାନ ଫରେନସିକ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି ।