ରାଜ୍ୟରେ କୋଭିଡ ସଂକ୍ରମ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ସଚିବ
ରାଜ୍ୟରେ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ । ସେ କୋଭିଡ ସହ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି । ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ତେବେ କୋଭିଡ ସ୍ଥିତି ଉଦବେଗ ହେବା ଆବଶ୍ୟକ ନୁହେଁ । ଏହା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍। ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ଅଛି। ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି। ନୂଆ ଗାଇଡଲାଇନ ପାଇଁ ଭାରତ ସରକାରଙ୍କ କୌଣସି ଗାଇଡ୍ ଲାଇନ୍ ଆସିନାହିଁ। ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ। ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି। ଏବେ ଦେଶରେ କୋଭିଡ ସଂକ୍ରମିତଙ୍କଠାରେ ଯେଉଁ ଷ୍ଟ୍ରେନ ରହିଛି ତାହା ସେତେ ବିପଜ୍ଜନକ ନୁହେଁ । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।
