ସାଂସଦ ବା ମନ୍ତ୍ରୀ ବୋଲି ଅହଂକାର କରନି
ପ୍ରଶିକ୍ଷଣ ଶିବିରରେ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେପି ନଡ୍ଡା।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ଧାୟକ, ସାଂସଦ ଅବା ମନ୍ତ୍ରୀ ବୋଲି ଗର୍ବ କି ଅହଂକାର କରନି । ଗ୍ରୁପିଜିମ ଛାଡ଼, ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡକୁ ଯାଅ । ଅଙ୍ଗନୱାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ବସ । ପୁରୀରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ ଏମିତି ୧୪ଟି ପଏଣ୍ଟ ଉପରେ ଟିପ୍ସ ଓ ଟାସ୍କ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ସରକାର ସହ ସଂଗଠନକୁ ନେଇକି ଚାଲ । ପ୍ରଶିକ୍ଷଣ ଶିବିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ମାନଙ୍କ କ୍ଲାସ୍ ନେଇଥିଲେ ନଡ୍ଡା । ସରକାର, ସଂଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ ୧୪ଟି ବିନ୍ଦୁ ଉପରେ ଆଲୋକପାତ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ ଏବଂ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ ବୋଲି ମନ୍ତ୍ର ଦେଇଥିଲେ ନଡ୍ଡା ।
