ପାକିସ୍ତାନ ଯିବେ ଟ୍ରମ୍ପ!
ପାକିସ୍ତାନ ଯିବେ ଟ୍ରମ୍ପ । ସେପ୍ଟେମ୍ବର ମାସରେ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଗସ୍ତ କରିବା ନେଇ ସୂଚନା ମିଳିଛି । ଟ୍ରମ୍ପ ସେପ୍ଟେମ୍ବର ୧୮ ତାରିଖରେ ଗସ୍ତ କରିବେ ବୋଲି ଦାବି କରିଛି ପାକିସ୍ତାନର ଏକ ଗଣମାଧ୍ୟମ । ଏହା ପରେ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି । ଯଦି ଟ୍ରମ୍ପ ପାକିସ୍ତାନ ଗସ୍ତ କରନ୍ତି ତେବେ ଏହା ହେଉଛି ପ୍ରାୟ ଦୁଇ ଦଶନ୍ଧି ପରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ । ଶେଷ ଥର ୨୦୦୬ରେ ଜର୍ଜ ଡବଲ୍ୟୁ ବୁଶ ପାକିସ୍ତାନ ଗସ୍ତ କରିଥିଲେ । ସେପଟେ ଟ୍ରମ୍ପ ପାକିସ୍ତାନ ଯିବା ଖବରକୁ ଖଣ୍ଡନ କରିଛି ଇସଲାମାବାଦ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ତାଙ୍କୁ ଏହି ଗସ୍ତ ବିଷୟରେ କୌଣସି ସୂଚନା ନାହିଁ ।
