କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା

ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା

ଆମେରିକାରେ ପୁଣି ଆରମ୍ଭ ହୋଇଛି ଟ୍ରମ୍ପ ରାଜ। ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ଆମେରିକା ଜନତା । ଶପଥ ପାଠ କରାଇଛନ୍ତି ବିଚାରପତି ଜନ୍‌ ରବର୍ଟସ୍‌ । ଶପଥ ନେଉ ନେଉ ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । କହିଲେ ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍‌ଫ ଅଫ୍‌ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ଟ୍ରମ୍ପ୍‌ କହିଛନ୍ତି, ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ ।