ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଲେ ଡୋନାଲ୍ଡ ଟ୍ରମ୍ପ
ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବହିଟିର ନାଁ ରହିଛି ଆଓ୍ୱାର ଜର୍ଣ୍ଣି ଟୁଗେଦର୍ । ଓ୍ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ । ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି । ହାଓ୍ୱଡି ମୋଦି ଓ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି । ଏହାଛଡ଼ା ବହିଟିରେ ନିଜ ହସ୍ତାକ୍ଷର ସହ ଟ୍ରମ୍ପ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି- ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍।
