ଭୁବନେଶ୍ୱରରେ ହେବ ବୁଲା ଏବଂ ପୋଷା କୁକୁରର ଗଣନା

ରାଜଧାନୀରେ ହେବ କୁକୁର ଗଣନା

ରାଜଧାନୀ ଭୁବନେଶ୍ୱରରେ ହେବ ବୁଲା ଏବଂ ପୋଷା କୁକୁରର ଗଣନା। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ, କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏହାର ସବୁ ତଥ୍ୟ ବିଏମସି ପାଖରେ ରହିବ। ସେ ଆହୁରି କହିଛନ୍ତି ଯେ, ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।ବିଏମ୍‌ସି ମେୟର କହିଛନ୍ତି, ରାଜଧାନୀରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ହେବ। କୁକୁରମାନଙ୍କର କାନରେ ଟ୍ୟାଗ୍‌ ଲାଗିବ। ବିଏମ୍‌ସି ପାଖରେ କୁକୁରଙ୍କ ସମସ୍ତ ତଥ୍ଯ ରହିବ। ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ।ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ।ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ୍‌ରେ ରହିବ। ଏହା ଦ୍ବାରା କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ। ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି। ବିଏମ୍‌ସି ପାଖରେ ଘରେ ରଖୁଥିବା ପୋଷା କୁକୁରଙ୍କ ତଥ୍ୟ ରହିପାରିବ। ଟ୍ୟାଗ୍ ଲାଗିଲେ ସହର ସୁନ୍ଦର ରହିବ।କୁକୁର ସୁରକ୍ଷିତ ରହିବେ।