ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ । ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ପଦବୀ ଖାଲି ପଡିଥିବା ବେଳେ ୩୦ଟି ଜିଲ୍ଲାରେ ୩୭୫ ସିଏଚସିରେ ନାହାଁନ୍ତି ଡାକ୍ତର । ସର୍ବାଧିକ ଗଞ୍ଜାମରେ ୪୫୦,ମୟୂରଭଞ୍ଜରେ ୩୦୯ଟି ପଦବୀ ଖାଲି ଥିବା ନେଇ ସୂଚନା ରହିଛି । ସେହିପରି ଖୋର୍ଦ୍ଧାରେ ୧୨, କଟକରେ ୨୮୧ , ମୟୂରଭଞ୍ଜରରେ ୮୭ ଏବଂ ଗଞ୍ଜାମରେ ମଧ୍ୟ ୮୭ଟି ସ୍ସେଶାଲିଷ୍ଟ ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସୋମବାର ଦିନ ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଦୀର୍ଘଦିନ ଧରି ଛୁଟିରେ ରହିଥିବା ୧୯୬ ଜଣ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ ୧୯୬ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘ ଦିନ ହେବ ଛୁଟିରେ ରହିଛନ୍ତି । ଯାଞ୍ଚରେ ଯଦି ସେମାନଙ୍କ ଛୁଟିର କାରଣ ଯଥାର୍ଥ ନ ଥିବ ତେବେ ତାଙ୍କ ବିରୋଧରେ ସରକରାଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।