୧୧ ଶିଶୁଙ୍କ ମୃତ୍ୟୁ ପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ

ବିଷାକ୍ତ କଫ୍ ସିରପ ଲେଖିଥିବା ଡାକ୍ତର ଗିରଫ

ମଧ୍ୟପ୍ରଦେଶ ଛିନ୍ଦୱାଡ଼ାରେ କଫ୍ ସିରପ୍ ଯୋଗୁଁ ୧୧ ଜଣ ଶିଶୁ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଡାକ୍ତର ପ୍ରବୀଣ ସୋନିଙ୍କୁ ଗିରଫ କରିଛି ପୋଲିସ । ଡାକ୍ତରଙ୍କ ବିରୋଧରେ ବିଷାକ୍ତ ସିରପ୍ ଲେଖିବା ଅଭିଯୋଗ ରହିଛି । ପୋଲିସ କେସ୍ ଦାୟର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡାକ୍ତର ସୋନିଙ୍କ ବିରୋଧରେ ବିଏନଏସ ୨୭୬, ୧୦୫ ଏବଂ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ଧାରା ୨୭ଏ ଅଧିନରେ କେସ୍ ଦାୟର ହୋଇଛି ।ଖବର ମୁତାବକ, ବିଷାକ୍ତ କଫ୍ ସିରପ୍ ଖାଇ ମଧ୍ୟପ୍ରଦେଶରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଏମଓ ଅଙ୍କିତ ବିଷାକ୍ତ କଫ୍ ସିରପ୍ ପ୍ରେସକ୍ରିପସନ ବିଷୟରେ ସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ଡାକ୍ତର ପ୍ରବୀଣ ସୋନି ଏବଂ ସ୍ରିସାନ୍ କମ୍ପାନୀ ବିରୋଧ ଏଫଆଇଆର ରୁଜୁ ହୋଇଥିଲା ଏବଂ ଏହାପରେ ପ୍ରବୀଣ ସୋନିଙ୍କୁ ଗିରଫ କରାଯାଇଥିଲା । ଛିନ୍ଦୱାଡାରେ ପ୍ରାଣ ହରାଇଥିବା ଅଧିକାଂଶ ପିଲାଙ୍କଚ କଫ୍ ସିରପ ଡାକ୍ତର ପ୍ରବୀଣ ସୋନି ହିଁ ଲେଖିଥିଲେ ।ଯେଉଁ ସିରପ୍ ପିଇ ଶିଶୁଙ୍କ ମୃତ୍ୟୁ ଉପରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଅବହେଳା ଯୋଗୁ ପିଲାମାନଙ୍କର ମୃତ୍ୟୁ ହୋଇଛି । ପିଲାମାନଙ୍କୁ ଦିଆଯାଇଥିବା ସିରପରେ ୪୬.୨% ଡାଇଥାଇଲିନ୍ ଗ୍ଲାଇକଲ୍ ଥିଲା ।

ଯାହା ପିଲାଙ୍କ ସ୍ବାସ୍ଥକୁ ଗୁରୁତର କ୍ଷତି ପହଞ୍ଚାଏ । ଏହା ପିଲାମାନଙ୍କ ମୃତ୍ୟୁର ଏକ କାରଣ ହୋଇପାରେ ।ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏହି ଆଡଭାଇଜରି ଜାରି କରାଯାଇଥିଲା । ଏହି ଆଧାରରେ ମଧ୍ୟପ୍ରଦେଶ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ କଫ୍ ସିରପ ବିକ୍ରି ଉପରେ ରୋକ ଲାଗିଛି ।