ଘଟଗାଁରେ ମାଆଙ୍କ ସୁନାବେଶ ଦେଖିବାକୁ ଭିଡ଼

ଘାଟଗାଁରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ଚଳଚଞ୍ଚଳ ରାଜ୍ୟର ସବୁ ଦେବୀ ପୀଠ । ପ୍ରତ୍ୟେକ ଦେବୀ ପୀଠରେ ମା’ଙ୍କର ନବମୀ ପୂଜା ପାଳନ କରାଯାଉଥିବା ବେଳେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ପାଳନ ହେଉଛି ମହାଷ୍ଟମୀ ପୂଜା। ମାଆ ତାରିଣୀଙ୍କୁ ସକାଳୁ ସକାଳୁ ସେବାୟତମାନେ ମହାସ୍ନାନ କରିବା ପରେ ଯଥା ନୀତିକାନ୍ତିରେ ପୂଜାର୍ଚ୍ଚନା କରି ସୁନା ବେଶରେ ସଜ୍ଜିତ କରିଥିଲେ । ନବରାତ୍ରର ଅଷ୍ଟମ ତିଥିରେ ମାଆ ତାରିଣୀ ମହାଗୌରୀ ରୂପ ଧାରଣ କରିଛନ୍ତି । ଏହି ଅଷ୍ଟମୀ ତିଥିରେ ମା’ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।