ଏନ.ସି ହାଇସ୍କୁଲ ପଡ଼ିଆରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ପାଇଁ ପ୍ରସ୍ତୁତି ଶେଷ

ଯାଜପୁର ରୋଡ ସ୍ଥିତ ହୋଟେଲ ନଟରାଜ ରୟାଲ ଠାରେ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଆଜି ଏନ.ସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆବାହକ ବିଶ୍ୱମ୍ବର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ,ପୂର୍ବତନ କାଉନସିଲର ଅର୍ଜୁନ ରାଉତ,ସୌମେନ୍ଦ୍ର ରାଉତ,ଶିକ୍ଷାବିତ ସାରଦା ଦାସ,କାଉନସିଲର ପାର୍ଥସାରଥୀ ନାୟକ, ଅଶୋକ କୁମାର ରାଉତ ଓ ପୁରାତନ ଛାତ୍ର ଅଯୋଧ୍ୟାନାଥ ଜେନା ଯୋଗଦେଇ ମ୍ୟୁଜିକାଲ ନାଇଟର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ l ହାଇସ୍କୁଲର ବିକାଶ ଉଦେଶ୍ୟରେ ଆସନ୍ତା ମାସ ୨୦ ଓ ୨୧ ତାରିଖରେ ବଲିଉଡ଼ ଗୀତିକାର ମହମ୍ମଦ ଦାନିସ୍,ଚେତନା ଭରଦ୍ୱାଜ, ସଲମାନ୍ ଅଲ୍ଲୀ ଓ ସଂମୁଖପ୍ରିୟା ପ୍ରମୁଖଙ୍କୁ ନେଇ ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ପଡ଼ିଆରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ସୂଚନା ଦିଆଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ସ୍କୁଲର ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ l