ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ନୂଆ-ଓ ସ୍କଲାରସିପ୍ ଯୋଜନାରେ ମିଳିବ ସ୍କଲାରସିପ୍

ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା । ନୂଆ-ଓ ସ୍କଲାରସିପ୍ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସ୍କଲାରସିପ୍ । +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍। ଛାତ୍ରଙ୍କୁ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସ୍କଲାରସିପ୍ ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ। ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ । ନୂଆ ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ । କୋ-କରିକୁଲାର ଆକ୍ଟିଭିଟିଜ୍ ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ । ଅଧିକ ପଏଣ୍ଟ ପାଇବେ ଅଧିକ ଟଙ୍କା ସ୍କଲାରସିପ୍ ମିଳିବ । ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ । ଏ ସବୁଥିରେ ଭାଗନଲେ ସ୍ଲଲାରସିପ ଟଙ୍କା ବଢି ଚାଲିବ । ଅଂଶଗ୍ରହଣ କଲେ ଅଧିକ ଇନସେଣ୍ଟିଭସ ମିଳିବ । ତେବେ ସରକାରୀ କର୍ମଚାରୀଙ୍କ ପିଲା ପାଇବେନି ଏହି ସ୍କଲାରସିପ୍ । ଆୟକରଦାତାଙ୍କ ପିଲା ମଧ୍ୟ ପାଇବେନି ଏହି ସ୍କଲାରସିପ୍ । ସେହିପରି ଆସନ୍ତା ଅଗଷ୍ଟ ୧୫ରୁ ମିଳିବ ନୂଆ-ଓ ମ୍ୟାଜିକ୍ କାର୍ଡ । ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ମ୍ୟାଜିକ୍ କାର୍ଡ । କାର୍ଡ ଜରିଆରେ ରିହାତି ଦରରେ ଯାତ୍ରା ସୁବିଧା ମିଳିବ। ବସ, ଫ୍ଲାଇଟ, ଟ୍ରେନରେ ରିହାତି ଯାତ୍ରା ସୁବିଧା ପ୍ରଦାନ କରାଯିବ। କାର୍ଡରେ ୱାଇ-ଫାଇ ସୁବିଧା ମାଗଣା ମିଳିବ । ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ
ଯେତେ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହେବ। କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ମଧ୍ୟ ବଢ଼ିବ।