ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ

ବେହାଲ କରୁଛି ଲଗାଣ ବର୍ଷା

ବେହାଲ କରୁଛି ଲଗାଣ ବର୍ଷା । ଅବିରତ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିସାରିଲାଣି। ରାଜ୍ୟରେ ଲଘୁଚାପର ପ୍ରଭାବ ଜାରି ରହିଥିବା କାରଣରୁ ପ୍ରବଳ ବୃଷ୍ଟିପାତ ଦେଖିବାକୁ ମିଳିଛି । ଘରୁ ଗୋଡ କାଢିବା ବି ମୁସ୍କିଲ ହୋଇଯାଇଛି । ସେପଟେ ବଙ୍ଗୋପସାଗରରେ ଅବପାତର ରୂପନେଇଛି ଲଘୁଚାପ । ୫ରୁ ୬ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ସମ୍ଭାବ୍ୟ ଅବପାତ ପ୍ରଭାବରେ ଆଗାମୀ ୩ଘଣ୍ଟା ପାଇଁ ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଆଜି ଓଡ଼ିଶାରେ ଉତ୍ତର ଉପକୂଳ, ଉତ୍ତର, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଯଥା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେଉଁଝର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡା,ବରଗଡ଼, ସୋନପୁର,ସମ୍ବଲପୁର, ବଲାଙ୍ଗୀର, ବୌଦ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ । ସେପଟେ ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ୨୪ ଘଣ୍ଟାରେ ବର୍ଷିଲା ୨୫୮ ମିଲିମିଟର ବର୍ଷା ହୋଇଛି । ସବୁଠୁ ଅଧିକ ବର୍ଷା ସହ ଏହା ସବୁ ରେକର୍ଡକୁ ବ୍ରେକ କରିଛି ।