ହାଇଓ୍ବାକୁ ପିଟିଲା ବସ୍

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବସ୍, ୭ ଯାତ୍ରୀ ଆହତ

ଯାଜପୁର ଜିଲ୍ଲା ସାରୋଇ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ବସ୍‌ ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରକୁ ଚଢ଼ିଯିବା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଭୁବନେଶ୍ଵରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ବସ୍‌ରେ ୪୦ରୁ ଅଧିକ ଲୋକ ବସିଥିଲେ। ଦିନ ପ୍ରାୟ ୧୨ଟା ବେଳେ ସାରୋଇ ଛକ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।