ଜେସିବି ଲଗାଇ ଗାଡ଼ିକୁ ଉଦ୍ଧାର କଲା ପୋଲିସ

ଅଟୋ ଉପରେ ଚଢିଗଲା ହାଇଓ୍ବା, ୫ ମୃତ

ସୁନ୍ଦରଗଡ଼ ତେଲେନଡିହି ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋ ଉପରେ ହାଇଓ୍ବା ଚଢ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଜେସିବି ଲଗାଇ ଦୁଇ ଗାଡ଼ିକୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ି ପାଖ କ୍ଷେତକୁ ଧସି ଯାଇଥିଲା । ମୃତକମାନେ ଗୋଟିଏ ପରିବାରର ହୋଇଥିବା ସୂଚନା ରହିଛି । ମୃତକମାନେ ରିଜେଣ୍ଟ ମାର୍କେଟ ନିକଟ ବଗିଚାପଡ଼ା ଅଞ୍ଚଳର । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । ପିକନିକ୍ କରିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାର କିଞ୍ଜିରକେଲା ପଟରୁ ଅଟୋରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ଧକ୍କା ଦେଇ ଅଟୋ ଉପରେ ଚଢ଼ି ଯାଇଥିଲା ।