RI ଅମିନ ନିଯୁକ୍ତି ପରୀକ୍ଷା : ସର୍ଭର ଡାଉନ ଯୋଗୁଁ ପରୀକ୍ଷା ଦେଇ ପାରୁନାହାନ୍ତି ପରୀକ୍ଷାର୍ଥୀ
ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି । ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ପରୀକ୍ଷାର୍ଥୀ । RI, ଅମିନ ନିଯୁକ୍ତି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ, ସେଣ୍ଟର ବାହାରେ ଛିଡ଼ା ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ଚିତ୍ର । ସର୍ଭର ଡାଉନ ଯୋଗୁଁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ । ଭୁବନେଶ୍ୱର, କଟକ, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହି ଘଟଣା ପରେ ପରୀକ୍ଷାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି ।
