କିଡ୍ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ
କୋଭିଡ୍ ସତର୍କତା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବାକୁ ପରାମର୍ଶ । କିଡ୍ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ’ । ଏବେ ବ୍ୟାପିଥିବା କୋଭିଡ୍ ଓମିକ୍ରନ୍ର ସବ୍ଭାରିଆଣ୍ଟ୍’ । ଓଡ଼ିଶାରୁ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନସ୍ ପାଇଁ ପଠାଯିବ’ । ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ସେ କହିଛନ୍ତି । ଖାଲି ସିଙ୍ଗାପୁର ଏବଂ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ ବଢୁଛି ତାହା ନୁହେଁ । ଭାରତରେ ମଧ୍ୟ କାୟା ବିସ୍ତାର କରୁଛି । ଯାହାକୁ ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢିଛି । ମୁମ୍ବାଇରେ ୨ ଆକ୍ରାନ୍ତ ମୃତ । ମୁମ୍ବାଇର KEM ହସ୍ପିଟାଲ୍ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ଅନ୍ୟପକ୍ଷରେ ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି। ଦେଶରେ କୋଭିଡ ସ୍ଥିତି ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
