ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ

ଜୁନରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ

ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ପାଇଁ ଏକ ଐତିହାସିକ ବିମାନ ଚଳାଚଳ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହା ଦ୍ବାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ବୃଦ୍ଧି ହେବ। ଯାହା ଏକ ବିକଶିତ ଓଡ଼ିଶା ଗଠନ କାର୍ଯ୍ୟକୁ ସୁଦୃଢ଼ କରିବ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଟେମ୍ପଲ ସିଟିରୁ ଗ୍ଲୋବାଲ୍ ଗେଟୱେ! ଏହି ଐତିହାସିକ ବିମାନ ଚଳାଚଳ ଅଭିଯାନକୁ ସ୍ବୀକୃତି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ।