ଅପରେସନ୍ ସିନ୍ଦୂରରେ ସହିଦ ହୋଇଗଲେ ଦିନେଶ
ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ ଚାଲିଛି । ଏହି ଗୁଳିମାଡ଼ରେ ଜଣେ ଭାରତୀୟ ସେନାର ଜଣେ ସୈନିକ ସହିଦ ହୋଇଥିଲେ । ଆପଣଙ୍କୁ କହିରଖଉଛୁ ଯେ, ୭ମେ ରେ ଭାରତୀୟ ସେନା ଆତଙ୍କବାଦ ବୁରୁଦ୍ଧରେ ଅପରେସନ୍ ସିନ୍ଦୂର ଚଳାଇଥିଲେ, ସେବେଠାରୁ ସୀମାରେ ଲଗାତର ଗୁଳିଚାଳନା ଜାରି ରହିଛି । ବୁଧବାର ଦିନ ଅର୍ଥାତ୍ ଗତ କାଲି ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରବଳ ଗୁଳିମାଡ଼ ସମୟରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ସୈନିକ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଥିଲେ । ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିୟୁକ୍ତି ଦିଆଯାଇଥିଲା । ଭାରତୀୟ ସେନାର ହ୍ବାଇଟ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି । ହ୍ବାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
