ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅଗ୍ରଣୀ ଡିଜିଟାଲ ମିଡ଼ିଆର ପ୍ରତିଷ୍ଠା ଉତ୍ସବ ପାଳିତ

ଡିଜିଟାଲ ମିଡ଼ିଆର ପ୍ରତିଷ୍ଠା ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା ଏନଏସି ସ୍ଥିତ ମା ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଜଷ୍ଟିସ କର୍ଣ୍ଣର ସହାଭାଗିତା ରେ ଜିଲ୍ଲା ଖବର ଡିଜିଟାଲ ମିଡିଆ ହାଉସ ପକ୍ଷରୁ ଅଷ୍ଟମ ସ୍ବନକ୍ଷତ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କଳା, ସାହିତ୍ୟ, ସାମ୍ବାଦିକତା ଓ ସମାଜସେବାରେ ନିଜର ସ୍ୱତନ୍ତ୍ର ପରିଚୟ କରିଥିବା ଶହେରୁ ଅଧିକ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଶ୍ରେଷ୍ଠ ପ୍ରେରଣା ଓ ଶ୍ରେଷ୍ଠ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଆଞ୍ଚଳିକ ସ୍ତରରେ ଲୋକକଳା, ସାହିତ୍ୟ,ସଂସ୍କୃତି, ପରମ୍ପରା ଏବଂ ଲୋକଙ୍କ ସ୍ୱର ସାଜିଥିବା ପ୍ରତିଭାଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି । ଏହା ସହ ଚଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବ୍ଲକ ଟପର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରାଯାଇଛି l

କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥୀ ଭାବେ ଅର୍ଗସ ଟିଭି ସିନିୟର ପ୍ରଡ୍ୟୁସର ତଥା ଆଙ୍କର ନୀଳିମା ପ୍ରିୟଦର୍ଶନୀ ଯୋଗଦେଇଥିଲେ l ସେହିଭଳି ସମ୍ମାନିତ ଅତିଥୀ ଭାବେ ଈଟିଭି ଭାରତର ଗଞ୍ଜାମ ଜିଲ୍ଲା ମୁଖ୍ୟ ସମୀର ଆଚାର୍ଯ୍ୟ, ଓଟିଭି ନିୟୁଜ ଆଙ୍କର ପ୍ରସନଜିତ ରୟ, ଆସିକା ବରିଷ୍ଠ ସାମ୍ବାଦିକ ଅନୀଲ ପାଣିଗ୍ରାହୀ, ବ୍ରହ୍ମପୁର ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ଜଷ୍ଟିସ କର୍ଣ୍ଣର ସଂସ୍ଥାପକ ଜଗନ୍ନାଥ ଚୌଧୁରୀ,ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ଉପସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ସଂସ୍ଥା ସମ୍ପାଦିକା ସ୍ନେହା ବେହେରା ସ୍ୱାଗତ ଭାଷଣ ଉପସ୍ଥାପନ କରିଥିଲେ l ଡିଜିଟାଲ ଜମାନାରେ ଆଞ୍ଚଳିକ ଗଣମାଧ୍ୟମର ଭୂମିକା ଓ ଗୁରୁତ୍ୱ ଏଇ ଏକ ଆଲୋଚନା ଚକ୍ର ଏହି ଅବସରରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ କବିତା ଆସର ଆୟୋଜନ ହୋଇଥିଲା l ଅଞ୍ଚଳର କବି ଓ ଲେଖକ ମାନେ ନିଜ ନିଜ ସ୍ୱରଚିତ କବିତା ପାଠକରି ଶ୍ରୋତା ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ l