ରାତି ୧୨ ସୁଦ୍ଧା ପିକରେ ପହଞ୍ଚିବ ହୀରାକୁଦ ଜଳସ୍ତର !
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାର । ଏତେ ମାତ୍ରାରେ ଜଳସ୍ତର ବୃଦ୍ଧି ଘଟୁଛି ଯାହାକୁ ନେଇ ଚିନ୍ତା ବଢୁଛି। ତେବେ ଏହାକୁ ଦୃଷ୍ଟିରେ ରଖି ଖୋଲିଛି ହୀରାକୁଦର ଆଉ ୫ଟି ଗେଟ । ବର୍ତ୍ତମାନ ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଜଳସ୍ତର ଏତେ ମାତ୍ରାରେ ବୃଦ୍ଧି ଘଟୁଛି କି ହୀରାକୁଦରେ ୬୧୭.୨୫ ଫୁଟରେ ପହଞ୍ଚିଛି ଜଳସ୍ତର । ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୯୨ ହଜାର ୯୧୧ ଘନଫୁଟ ବନ୍ୟାଜଳ ।
୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୫୬ ହଜାର ୬୭୬ ଘନଫୁଟ ବନ୍ୟାଜଳ । ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ ମଧ୍ୟ ରାତ୍ରି ପରେ ପିକ୍ରେ ପହଂଚିବ ବନ୍ୟାଜଳ । ଛତିଶଗଡର ସମୋଦା ବ୍ୟାରେଜର ୮ଟି ଗେଟ୍ ଖୋଲାଯାଇଛି । ୮ଟି ଗେଟ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ । ତେବେ ହିରାକୁଦରେ ଜଳସ୍ତର ବୃଦ୍ଧି ଘଟୁଥିବାରୁ ଏବେ ତଳିଆ ଅଞ୍ଚଳରେ ବନ୍ୟା ଅମୟ ଦେଖାଯିବା ନେଇ ଚିନ୍ତାରେ ଲୋକେ । ସେପଟେ ବନ୍ୟା ପାଇଁ ରାଜ୍ୟସରକାର ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି।