ଖାକିରେ କଳଙ୍କ ଲଗାଇଲେ କମାଣ୍ଡାଣ୍ଟ !

ଭିଜିଲାନ୍ସ ଜାଲରେ ପଡିଗଲେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା

ପୁଣି ଖାକିରେ ଲାଗିଲା କଳଙ୍କ । ଲାଞ୍ଚ ନେଉଥିବା ଖବର ପାଇ ଚଢାଉ କଲା ଭିଜିଲାନ୍ସ । ଆଉ ଜାଲରେ ପଡିଗଲେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ସୂଚନା ଅନୁସାରେ ଶନିବାର ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ତାଙ୍କ ଘରକୁ ଯାଉଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ। ଏହା ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କ ଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା।

ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହିପରି ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ଛାନବିନ କରୁଛି ଭିଜିଲାନ୍ସ । ବାବୁ ଜଣଙ୍କ ଏତେ ବଡ ପଦବୀରେ ଥାଇ ପୁଣି କେମିତି ଲାଞ୍ଚ ନେଉଥିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।